ପିଆଜ ଦର ବୃଦ୍ଧିକୁ ନେଇ ଚଣ୍ଡିଗଡ଼ରେ କଂଗ୍ରେସର ପ୍ରଦର୍ଶନ ଜାରୀ : ପ୍ରଧାନମନ୍ତ୍ରୀଙ୍କ ଫଟୋରେ ପିନ୍ଧାଇଲେ ପିଆଜ ମାଳ

ଚଣ୍ଡିଗଡ଼ : ଦେଶରେ ପିଆଜର ମୂଲ୍ୟ ବୃଦ୍ଧି ପାଇ କେଜି ପ୍ରତି ୭୫ରୁ ୧୨୦ଟଙ୍କାରେ ପହଞ୍ଚିଛି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସରକାରଙ୍କ ସମସ୍ତ ପଦକ୍ଷେପ ପ୍ରାୟ ବିଫଳ ହୋଇଥିବା ବେଳେ ଏହାକୁ ନେଇ ବିରୋଧୀ କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। ଏନେଇ ପଞ୍ଜାବର ଚଣ୍ଡିଗଡ଼ରେ ବୁଧବାର କଂଗ୍ରେସର କିଛି ବିଧାୟକ ପିଆଜର ମାଳ କରି ବିଜେପି କାର୍ୟ୍ୟଳୟ ସାମ୍ନାରେ ପହଞ୍ଚିଥିଲେ। ଏବଂ ପରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋରେ ପିଆଜର ମାଳ କରି ପିନ୍ଧାଇ ଥିଲେ। କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫଟୋରେ ପିଆଜ ମାଳ ପିନ୍ଧାଇଥିଲେ।

Comments are closed.