ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣା; ତଦନ୍ତ କରିବ ଏସ୍ଆଇଟି

ଚଣ୍ଡିଗଡ଼: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଏମଏମ୍ଏସ୍ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାରେ ଏସ୍ଆଇଟି ତଦନ୍ତ କରିବ ବୋଲି କୁହାଯାଇଥିବା ବେଳେ, ଶନିବାର ଦିନ ଯାଏ ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଆସିପାରିବେନି ବୋଲି କୁହାଯାଇଛି । ଏହି ସମ୍ପର୍କରେ ପୁଲିସ ତାର ପ୍ରତିକ୍ରିୟା ରଖିଛି, ପୁଲିସ କହିଛି ଅଭିଯୁକ୍ତ ମାନେ ଗିରଫ ହେବା ପରେ ମୁମ୍ବାଇ ସମେତ ଅନ୍ୟ ସ୍ଥାନରୁ ସେମାନଙ୍କ ଫୋନକୁ ଲଗାତାର ଭାବେ କଲ୍ ଆସୁଥିଲା ।

କାହିଁକି ଏହି ଫୋନ୍ କଲ ଆସୁଥିଲା ତାହା ଜଣା ପଡିନାହିଁ । କେଉଁଠୁ କଲ୍‌ ଅସୁଥିଲା ଜାଣିବା ପାଇଁ ପୁଲିସ ଅଭିଯୁକ୍ତଙ୍କ ଫୋନକୁ ଫୋରେନସିକ୍ ଲ୍ୟାବକୁ ଯାଞ୍ଚ ପାଇଁ ପଠାଇଛି । କୁହାଯାଉଛି କି ଅଭିଯୁକ୍ତ ମାନେ ଶିମଲା ସହରର ବାସିନ୍ଦା । ଯେଉଁଠାକୁ ବିଦେଶୀ ପର‌୍ୟ୍ୟଟକ ମାନେ ବହୁତ ଆସିଥାନ୍ତି । ଅଭିଯୁକ୍ତ ମାନେ ଖରାପ ଭିଡିଓ ପଠାଇ ସହଜରେ ଟଙ୍କା ରୋଜଗାର କରିଥାନ୍ତି । ପୁଲିସ ଏହାକୁ ନେଇ ବର୍ତ୍ତମାନ ତଦନ୍ତ ଚଳାଇଛି ।

ଅଭିଯୁକ୍ତ ମାନଙ୍କର ପରିବାର ସମ୍ବଦ୍ଧରେ ତଥ୍ୟ ଖୋଜୁଛି । ଘଟଣାକୁ ନେଇ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଜେରା କରିଥିଲା । ଜେରା କରିବା ସମୟରେ ୩ଜଣ ଯାକ ଅଭିଯୁକ୍ତ ପୁରୁଣା ବନ୍ଧୁ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତ ମାନେ କାହିଁକି ଭିଡିଓ କରୁଥିଲେ ତାହାକୁ ନେଇ ପୁଲିସ ଅନୁସନ୍ଧାନ କରୁଛି । ଖାଲି ସେତିକି ନୁ‌ହେଁ ବିଶ୍ୱବିଦ୍ୟାଳୟର କିଛି ଛାତ୍ରୀଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ମଧ୍ୟ ଆସୁଥିବା ଜଣାପଡ଼ିଛି । ଛାତ୍ରୀ ମାନଙ୍କୁ ବିଦେଶରୁ ଧମକପୂର୍ଣ୍ଣ କଲ ଆସିଥିବା ପୁଲିସ କହିଛି ।

Comments are closed.