ପୋଷା ଦନ୍ତାହାତୀ ନନ୍ଦର ମୃତ୍ୟୁ

ଭୁବନେଶ୍ୱର; ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତାହାତୀ ନନ୍ଦର ମୃତ୍ୟୁ ହୋଇଛି । ଅସୁସ୍ଥତା କାରଣରୁ ନନ୍ଦର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନନ୍ଦ ଅସୁସ୍ଥ ହେବାପରେ ତାର ଚିକିତ୍ସା କରାଯାଉଥିଲା । ଡାକ୍ତର ତାର ଚିକିତ୍ସା କରିବା ପରେ ବି ନନ୍ଦର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ସେ ଅସୁସ୍ଥ ଥିଲା ତାହା ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୂର୍ବରୁ ହାତୀ ନନ୍ଦ ନନ୍ଦନକାନନରେ ଥିଲା । ପର୍ଯ୍ୟଟକଙ୍କ ସହ ମିଶିବା ସହ ମନ ଜିଣୁଥିଲା ।

Comments are closed.