ଛିନତାଇ ଗ୍ୟାଙ୍ଗକୁ ଧରିଲା ପୁଲିସ: ୮ ଗିରଫ, ୧୩ ସୁନା ଚେନ ଉଦ୍ଧାର

ସଦର ଥାନା ଅଂଚଳରେ କ୍ରମାଗତ ଭାବେ ସୁନା ଚେନ ଲୁଟ ଘଟଣା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ କମିସନରେଟ ପୁଲିସ ଛିନତାଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ସଦର ଥାନା ଆଇଆଇସି ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଜୟ ଦାସ ଓ ତାଙ୍କ ଟିମ ଏହି ଗ୍ୟାଙ୍ଗକୁ ଠାବ କରିଛନ୍ତି। ଏହି ଛିନତାଇ ଗ୍ୟାଙ୍ଗ ବାଇକରେ ଯାଇ ସୁନା ଚେନ ଲୁଟ କରୁଥିଲେ। ସେମାନଙ୍କ ଠାରୁ ୧୩ଟି ସୁନା ଚେନ ଉଦ୍ଧାର ପରେ ୧୩ଟି ଛିନତାଇ ଘଟଣାର ପର୍ଦାଫାଶ ହୋଇଛି। ଏହି ଘଟଣାରେ ପୁଲିସ ୫ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି।

ଗିରଫ ଅପରାଧୀମାନେ ହେଉଛନ୍ତି ମୁନ୍ନା ଓରଫ ମାନସ ଲେଙ୍କା, ଧନେଶ୍ୱର ପ୍ରଧାନ, ସଂଗ୍ରାମ ରାଉତ, ଜଗନ୍ନାଥ ଭୋଇ ଏବଂ ପ୍ରଦୀପ ବେହେରା। ଅନ୍ୟପକ୍ଷରେ ଏହି ଚୋରା ସୁନା ଚେନ ରଖିଥିବା ୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ୧୧୨ ଗ୍ରାମ ଓଜନର ରହି ୧୩ଟି ସୁନା ଚେନର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଏଠି ସହିତ ପୁଲିସ ଗୋଟିଏ ଦେଶୀ ଏୟାର ଗନ, ଗୋଟିଏ ୧୫୦ ପଲସର ମୋଟର ସାଇକେଲ, ଗୋଟିଏ ପଲସର ୨୨୦ ମୋଟର ସାଇକେଲ ଓ ଗୋଟିଏ ହିରୋହୋଣ୍ଡା ହଙ୍କ ମୋଟର ସାଇକେଲ ଜବତ କରାଯାଇଛି। ଏହି ଛିନତାଇ ଗ୍ୟାଙ୍ଗରେ ସାମିଲ ଥିବା ବ୍ୟତିମାନେ ପେସାଦାର ଅପରାଧୀ ବୋଲି ପୁଲିସ କହିଛି।

Comments are closed.