ସମାଜ ସେବା ଓ ସଫେଇ କାର୍ଯ୍ୟକ୍ରମ

ଚୌଦ୍ୱାର: ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସଧରି ଜାରୀ ରହିଥିବା ସମାଜ ସେବା ଓ ସଫେଇ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବିରୂପା ନଦୀ କୁଳ ନିକଟ ସଫେଇ ନାଳ ପାଖରୁ ରାସ୍ତାଘାଟ ଓ ନାଳ ସଫେଇ କାର୍ଯ୍ୟକ୍ରମ ଆରମ୍ଭକରି ଚୌଦ୍ୱାର ପୌରପାଳିକା ନିକଟସ୍ଥ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, କାର୍ଯ୍ୟକାରୀ ସଭାପତି କରୁଣା କର ସାହୁ, ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, ଯୁବ ସଭାପତି ଅର୍ଜୁନ ପଣ୍ଡା, ପୂର୍ବତନ କାଉନସିଲର ଦିଲ୍ଲିପ କୁମାର ସାହୁ, ସୁବ୍ରତ ସାମଲ, ଅଜୟ କୁମାର ବେହେରା, ଗିରିଧାରୀ ଦଳାଇ, ସବିତା ନାୟକ, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ମାନବେଶ ରାୟ, ସୁଧାଂଶୁ ପରିଡ଼ା, ସୌମ୍ୟ ରଞ୍ଜନ ପରିଡ଼ା, ବିମଳ ବେଉରା,ରାଜ ରତନ ପରିଡ଼ା, ଆଶୁତୋଷ ଦାସ, ଲକ୍ଷ୍ମୀପ୍ରିୟା ପାଣି, ସୈାମ୍ୟ ରଂଜନ ବେଉରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.