MEllora 950×100

ଆଦିବାସୀ ଅଧ୍ୟୁସିତ ଭରାଣ୍ଡୀ ବସ୍ତିରେ ଶୀତବସ୍ତ୍ର ବଣ୍ଟନ

ଚୌଦ୍ୱାର:ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ତରଫରୁ ଆଗ୍ରାହାଟ ପଞ୍ଚାୟତ କୁଜିବର ନିକଟ ଆଦିବାସୀ ଅଧ୍ୟୁସିତ ଭରାଣ୍ଡୀ ବସ୍ତିରେ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସଭାପତି ନରୋତ୍ତମ ଦାସଙ୍କ ନେତୃତ୍ୱରେ ଫାଉଣ୍ଡେସନ୍ର ସଦସ୍ୟମାନେ ବସ୍ତିର ୫୦ଜଣ ବୃଦ୍ଧ, ବୃଦ୍ଧା ଓ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ। କାହ୍ନୁ ଚରଣ ସେଠୀ,ସରୋଜ ସାହୁ,ସତ୍ୟପ୍ରକାଶ ମଲ୍ଲିକ,ଚନ୍ଦ୍ରଶେଖର ପଣ୍ଡା,ସୌଭାଗ୍ୟରାଜ ନାୟକ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.