କର୍କବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚୌଦ୍ୱାର: ଆମ୍ବିସନ୍ କ୍ଲବ୍ ଅନୁକୁଲ୍ୟରେ ଓଟିଏମ୍ କଲୋନୀସ୍ଥିତ ଗୋପବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଚୌଦ୍ୱାର କପ୍ କର୍କବଲ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଆମ୍ବିସନ୍ କ୍ରିକେଟ କ୍ଲବ୍ ଓ ବଡ଼ମ୍ବା କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ଫାଇନାଲ ୨୦ ଓଭର ମ୍ୟାଚରେ ବଡ଼ମ୍ବା କ୍ଲବ୍ ୧୦୦ରନ୍ ବ୍ୟବଧାନରେ ବିଜୟୀ ସହ ଚମ୍ପିଆନ୍ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ବିଜୟୀ ବଡ଼ମ୍ବା ଦଳକୁ ଚମ୍ପିଆନ୍ କପ୍ ଓ ଆମ୍ବିସନ୍କୁ ରନର୍ସ କପ୍ ପ୍ରଦାନ କରିଥିଲେ । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,ମନୋଜ ମହାନ୍ତି, ଅର୍ଜୁନ ପଣ୍ଡା , ଉତ୍କଳ ଇଣ୍ଟରନେସନାଲ ସ୍କୁଲର ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରା, ଅଭୟ ସ୍ୱାଇଁ, ଟୁଲ ଦାସ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲବ୍ ସଭାପିତ ଅମିତ୍ କୁମାର ବେଉରା, ବିଶ୍ୱଜିତ୍ ଭଞ୍ଜ, ଅବିନାସ ଗଡ଼ନାୟକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।
Comments are closed.