ଡ୍ରାଇଭର ମହାସଂଘରର ଚେତାବନୀ, ଦାବି ପୂରଣ ନ ହେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଚୌଦ୍ୱାର: ୧୦ଦଫା ଦାବି ନେଇ ସମ୍ବଲପୁରରୁ ବାହାରି ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଓଡ଼ିଶା ଡ୍ରଇଭର ମହାସଂଘ ଗୁରୁବାର ମଧ୍ୟାହ୍ନରେ ଚୌଦ୍ୱାରରେ ପହଞ୍ଚି ଥିଲେ। ସେମାନେ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଧୂମାବତୀ ଛକରେ ପହଞ୍ଚିବା ପରେ ଚୌଦ୍ୱାର ଡ୍ରଇଭର ସଂଘ ତରଫରୁ ପଦଯାତ୍ରା ଦଳର ସଦସ୍ୟ ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଚୌଦଦ୍ୱାର ସଂଘର ପ୍ରତିନିଧି ମାନେ ଏହି ପଦଯାତ୍ରାରେ ସାମିଲ ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ସରକାର ସମାଜର ବିଭିନ୍ନ ବର୍ଗର ଲୋକ ମାନଙ୍କୁ କୋଭିଡ ସହାୟତା ପ୍ରଦାନ କରୁଥିବା ବେଳେ କରୋନା ସମୟରେ ଜୀବନକୁ ବାଜି ଲଗାଇ ବିଭିନ୍ନ ଜରୁରୀ ସେବା ଯୋଗାଇ ଆସିଥିଲେହେଁ ଏଯାବତ୍ ଡ୍ରଇଭର ମାନଙ୍କ ପାଇଁ କୌଣସି ସହାୟତା ଘୋଷଣା କରାଯାଇନାହିଁ ବୋଲି ମହାସଂଘର ସଭାପତି ପ୍ରଶାନ୍ତ ମାଣ୍ଡୁଳି କ୍ଷୋଭର ସହ ପ୍ରକାଶ କରି ଡ୍ରାଇଭରମାନଙ୍କୁ କରୋନା ସହାୟତା ପ୍ରଦାନ ସହ ଅନ୍ୟ ୯ଟି ଦାବିନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ପ୍ରକାଶ କରିଛନ୍ତି। ଦାବି ପୂରଣ ନହେଲେ ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Comments are closed.