ସିଇଟି ଛାତ୍ରୀଙ୍କୁ ମାଇକ୍ରୋସଫ୍ଟରେ ବାର୍ଷିକ ୪୩ ଲକ୍ଷ ଟଙ୍କାର ନିଯୁକ୍ତି ପ୍ରସ୍ତାବ

କରୋନାକାଳରେ ନିଯୁକ୍ତି କ୍ଷେତ୍ରରେ ସଙ୍କୋଚନ ସୃଷ୍ଟି ହୋଇଛି । କ୍ୟାମ୍ପସ ନିଯୁକ୍ତି କ୍ଷେତ୍ରରେ ଏହାର କିଛିଟା ପ୍ରଭାବ ପଡ଼ିଛି । ଏହାମଧ୍ୟରେ ଭୁବନେଶ୍ଵରର କଲେଜ ଅଫ ଇଞ୍ଜିନିଅରିଂ ଏଣ୍ଡ ଟେକନୋଲୋଜି (ସିଇଟି)ର ଜଣେ ଛାତ୍ରୀ ଭର୍ଚ୍ୟୁଆଲ କ୍ୟାମ୍ପସ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇ ମାଇକ୍ରୋସଫ୍ଟରେ ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ପ୍ରସ୍ତାବ ପାଇଛନ୍ତି । ଏହି ଛାତ୍ରୀଙ୍କ ନାମ ମୁସ୍କାନ କେଡ଼ିଆ, ତାଙ୍କ ଘର ବଲାଙ୍ଗିର ଜିଲାରେ । ମୁସ୍କାନ ଏକ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ସେ ବଲାଙ୍ଗିରର ଲିଟିଲ୍ ଫ୍ଳାୱାର ସ୍କୁଲରୁ ୧୦ମ ଓ ପରେ ବଲାଙ୍ଗିର ପବ୍ଲିକ ସ୍କୁଲରୁ ଦ୍ବାଦଶ ଶ୍ରେଣୀ ଶେଷ କରିଛନ୍ତି ।

ସେହିପରି ସିଇଟିର ଅନ୍ୟଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର ହରିକିଶନ ସିଂହ ମଧ୍ୟ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ​‌ରେ ‘ଟାଇମ ସ୍କେଲ’ରେ ୨୦୨୦-୨୧ ବର୍ଷ ନିମନ୍ତେ ନିଯୁକ୍ତି ପ୍ରସ୍ତାବ ପାଇଥିବା ସୂଚନା ମିଳିଛି । ସେହିପରି ଟାଟା ଷ୍ଟିଲ, ଆମାଜନ, ଟିସିଏସ୍, ଆସେନଚର, ଫ୍ୟାକ୍ଟସେଟ୍, ତେଜସ ନେଟୱାର୍କ, ଟେକ ସିଷ୍ଟମ ଆଦି ବିଭିନ୍ନ ସଂସ୍ଥାରେ ମଧ୍ୟ କିଛି ଛାତ୍ରଙ୍କୁ ନିଯୁକ୍ତି ନିମନ୍ତେ ପ୍ରସ୍ତାବ ମିଳିଥିବା ସୂଚନା ମିଳିଛି । ଗତବର୍ଷ ଏହି କଲେଜର ଛାତ୍ର ୧୭.୪୨ ଲକ୍ଷ ଟଙ୍କା ବାର୍ଷିକ ବେତନ​‌ରେ କିଛି ସଂସ୍ଥାରେ ନିଯୁକ୍ତି ପାଇଥିଲେ ।

Comments are closed.