ବିଦ୍ୟୁତ ମରାମତି ବେଳେ ସେସୁ କର୍ମଚାରୀଙ୍କ ମୃତ୍ୟୁ

ପୁରୀ: ବାତ୍ୟା ‘ଫନି’ ପରେ ପୁରୀ ସହରରେ ବିଦ୍ୟୁତ ସଂଯୋଗ ପାଇଁ ମରାମତି ଚାଲିଥିବା ବେଳେ ଗୁରୁବାର ଜଣେ ସେସୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପବିତ୍ର ଜେନା ଏବଂ ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଗ୍ରାମରେ। ଗୁରୁବାର ରାତି ପ୍ରାୟ ୧୧ଟାରେ ପୁରୀ ଏସସିଏସ କଲେଜ ନିକଟରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଲୋକେ ଏବଂ ଅନ୍ୟ କର୍ମଚାରୀମାନେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.