ସେସୁର ଘରୋଇକରଣ; ରାଜ୍ୟ ସରକାରଙ୍କ ୪୯% ଏବଂ ଟାଟା ପାୱାରର ୫୧% ରହିବ ଅଂଶଧନ

ଭୁବନେଶ୍ୱର: ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା(ସେସୁ)ର ଆଜି ଘରୋଇକରଣ ହୋଇଯାଇଛି। ପୂର୍ବରୁ ସେସୁ ଯେଉଁ ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ଏଣିକି ଟାଟା ସେହି ଅଞ୍ଚଳରେ ସେବା ଯୋଗାଇବ ବୋଲି ଜଣାପଡିଛି। ଏନେଇ ଟାଟା ପାଓ୍ୱାର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ସେସୁ ଅଧିନରେ ଥିବା ଓଡ଼ିଶାର ୫ଟି ସର୍କଲ ମଧ୍ୟରେ ଭୁବନେଶ୍ୱର(ଇଲେକ୍ଟ୍ରିକାଲ୍‌ ସର୍କଲ ୧ ଓ ୨), କଟକ, ପାରାଦୀପ ଓ ଢ଼େଙ୍କାନାଳ ରହିଥିଲା। ଘରୋଇକରଣ ପରେ ମଧ୍ୟ ଟାଟା ପାୱାର ସେହି ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇବ। ଟାଟା ପାୱାରକୁ ୨୫ ବର୍ଷ ପାଇଁ ସେସୁର ବିଦ୍ୟୁତ୍‌ ଆବଣ୍ଟନ ଲାଇସେନ୍ସ ପ୍ରଦାନ କରାଯାଇଛି। ସେସୁର ବର୍ତ୍ତମାନ ଗ୍ରାହକ ସଂଖ୍ୟା ୨୫ ଲକ୍ଷ ରହିଛି। ସେସୁର ଘରୋଇକରଣ ରାଜିନାମା ଅନୁସାରେ ବର୍ତ୍ତମାନ ଟାଟା ପାୱାର ପାଖରେ ୫୧ ପ୍ରତିଶତ ଅଂଶଧନ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ।

Comments are closed.