ଜାନୁଆରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ ବିଲ ଦିଅ, ନହେଲେ କଟିବ ଲାଇନ

ଭୁବନେଶ୍ବର: ଯଥାଶିଘ୍ର ବାକି ଥିବା ବିଦ୍ୟୁତ ବିଲ୍ ପୈଠ କରନ୍ତୁ। ନହେଲେ ସେସୁ କାଟିବ ଆପଣଙ୍କ ଘରର ବିଦ୍ୟୁତ ସଂଯୋଗ। ଏନେଇ ସୂଚନା ଦେଇଛନ୍ତି ସେସୁର ସିଇଓ ଅରୁଣ ବ୍ରୋଥା। ଆଜି ସେସୁ ଅଫିସରେ ଏକ ପ୍ରେସମିଟ୍ କରି ସେସୁ ସିଇଓ ଅରୁଣ ବ୍ରୋଥା ରାଜ୍ୟର ସମସ୍ତ ଉପଭୋକ୍ତାମାନଙ୍କୁ ଚରମବାଣୀ ଶୁଣାଇଦେଇଛନ୍ତି। ଅରୁଣ ବ୍ରୋଥା କହିଛନ୍ତି ରାଜ୍ୟରେ ମୋଟ୧୯୭୧ ହଜାର କୋଟି ଟଙ୍କା ବିଲ୍ ବାକି ରହିଛି।  ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକିରହିଛି ଯାହା ମୋଟ ବକେୟା ବିଲର ୯୨ ପ୍ରତିଶତ। ମୋଟ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି  ଅଭିଯୋଗ ରହିଛି। ଆପତ୍ତିଥିବା ବିଲ୍ ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ଉପରେ ରହିଛି।

ଏହି ବକେୟା ବିଲ ଆଦାୟ ପାଇଁ ସେସୁ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ। କାରଣ ସେସୁର ବର୍ତ୍ତମାନ ଆର୍ଥିକ ସ୍ଥିତି ସେତେ ଭଲ ନାହିଁ। ଲୋକଙ୍କୁ ଗୁଣାମକମାନଯୁକ୍ତ ବିଦ୍ୟୁତ ଦେବାକୁ ହେଲେ ଅର୍ଥଲୋଡା ଏଣୁ  ବକେୟା ବିଲ ନେଇ ଖାଉଟୀଙ୍କ ପାଖକୁ ମେସେଜ୍ ଯିବ। ଯାହାକୁ ୬ ଟି କିସ୍ତିରେ ଦେବାକୁ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯିବ। ଜାନୁଆରୀ ୧୫ ସୁଦ୍ଧା ବାକିଥିବା ବିଲକୁ ଲୋକମାନେ ପୈଠ କରିବେ ନହେଲେ ଲାଇନ କଟାଯିବ।

Comments are closed.