ମାଗଣାରେ ଦିଆଯାଇଛି ୨୦ କୋଟିରୁ ଊର୍ଦ୍ଧ୍ବ କୋଭିଡ୍‍ ଟିକା : ତିନି ଦିନରେ ଦିଆଯିବ ୫୧ ଲକ୍ଷ

ନୂଆଦିଲ୍ଲୀ : ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏପର୍ଯ୍ୟନ୍ତ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍‍ ଟିକା ମାଗଣାରେ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୋଭିଡ୍‍ ଟିକା ଯୋଗାଣ ଜରିଆରେ କେନ୍ଦ୍ର ସରକାର କୋଭିଡ୍‍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏଥିସହିତ କୋଭିଡ୍‍ ଟିକା ଉତ୍ପାଦନ ଯୋଗାଣ ବୃଦ୍ଧି ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ୧ କୋଟି ୮୪ ଲକ୍ଷ ଟିକା ଉପଲବ୍ଧ ରହିଛି।

ଆଗାମୀ ତିନି ଦିନ ଭିତରେ ଆହୁରି ୫୧ ଲକ୍ଷ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Comments are closed.