ଏନ୍‍ଡିଏଫ୍‍ବି ଉପରେ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ନୂଆଦିଲ୍ଲୀ : ନ୍ୟାସନାଲ ଡେମୋକ୍ରାଟିକ୍‍ ଫ୍ରଣ୍ଟ ଅଫ୍‍ ବୋଡ଼ୋଲାଣ୍ଡ ବା ଏନ୍‍ଡିଏଫ୍‍ବିର ସମସ୍ତ ଗୋଷ୍ଠୀ ଓ ଛାମୁଆ ସଂଗଠନ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ  କଟକଣା ସମୟସୀମା ବୃଦ୍ଧି କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୫ ଜାନୁୟାରୀ ପରଠାରୁ ଏନ୍‍ଡିଏଫ୍‍ବିର ବିଭିନ୍ନ ହିଂସାକାଣ୍ଡ ଜନିତ ଘଟଣାରେ ୧୯ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୫ ପରଠାରୁ ଏନ୍‍ଡିଏଫ୍‍ବି ୬୨ଟି ହିଂସାକାଣ୍ଡ ଜନିତ ଘଟଣାରେ ସଂପୃକ୍ତ ରହିଛି। ଘଟଣା ସହ ସଂପୃକ୍ତ ୫୫ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ।

Comments are closed.