ଶିଳ୍ପମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର – ପ୍ରକଳ୍ପକୁ ପୁନର୍ବାର ଚାଲୁ କର

ନୂଆଦିଲ୍ଲୀ: ଅନୁଗୁଳସ୍ଥିତ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ରଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଶିଳ୍ପ ଉନ୍ନୟନ ବିଭାଗ ଏବଂ ଆନ୍ତଃ ବାଣିଜ୍ୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସଂଶୋଧିତ ଭିତ୍ତିଭୂମି ଉନ୍ନୟନ ଯୋଜନା (ଏମ୍‍.ଆଇ.ଆଇ.ୟୁ.ଏସ୍‍.) ଅଧୀନରେ ୨୦୧୫ରେ ଏହି ପ୍ରକଳ୍ପ ଲାଗି ମୋଟ୍‍ ୯୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା ଏବଂ ଏଥିପାଇଁ ୩୩ କୋଟି ୪୪ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା।

ଏହି ପ୍ରକଳ୍ପ ବିଶେଷ ରୂପେ ଅଗ୍ରଗତି ହୋଇ ପାରିନଥିବା କାରଣରୁ ଗତବର୍ଷ ଜାନୁଆରୀରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ବନ୍ଦ୍‍ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଧର୍ମେନ୍ଦ୍ର ଆହୁରି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାର ଓଡ଼ିଶାର ଖଣିଜ କ୍ଷେତ୍ର ତଥା ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

Comments are closed.