ଓଡ଼ିଶାକୁ ଅମ୍ଫନ ପାଇଁ ୧୨୮ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର

ଅମ୍ଫନ ପରେ ଗତ ଜୁଲାଇ ମାସରେ ୫ ଶହ କୋଟି ଟଙ୍କାର ସହାୟତା ଦେଇଥିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଓଡ଼ିଶାକୁ ବାତ୍ୟା ଅମ୍ଫନ ପାଇଁ ୧୨୮ କୋଟି ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓଡିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ ଦେଇଛି ।

ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ୪ ହଜାର ୩୮୧ କୋଟି ଟଙ୍କାର ସହାୟତା ଘୋଷଣା କରିଛି। ପ୍ରାକୃତିକ ଦୁର୍ବିପାକ ଜନିତ ସହାୟତା ଘୋଷଣା କରାଯାଇଥିବା ୬ ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ମଧ୍ୟପ୍ରଦେଶ, ତାମିଲନାଡୁ ଓ ମହାରାଷ୍ଟ୍ର  ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ବାତ୍ୟା ଅମ୍ଫନ ପରେ ଗତ ଜୁଲାଇ ମାସରେ ୫ଶହ କୋଟି ଟଙ୍କାର ଅଗ୍ରୀମ ସହାୟତା ଦେଇଥିଲେ କେନ୍ଦ୍ର ସରକାର । 

Comments are closed.