ରଥ ନିର୍ମାଣ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲା ରାଜ୍ୟ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ଉପରେ ଦାୟିତ୍ଵ ଛାଡ଼ିଛନ୍ତି ରାଜ୍ୟ ସରକାର। ଅକ୍ଷୟ ତୃତୀୟାଠାରୁ ରଥ ଅନୁକୂଳ ହେବା ପରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିବା କଥା। କିନ୍ତୁ କରୋନା ଭୂତାଣୁ ଯୋଗୁ ରଥଯାତ୍ରା ଉପରେ ସସ୍‌ପେନ୍ସ ଲାଗି ରହିଥିବାବେଳେ ରଥ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଏବେ ଲକଡାଉନ ଲାଗୁ ହୋଇଥିବାରୁ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଲୋଡ଼ିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କଠାରୁ ଅନୁମତି ଲୋଡ଼ିଥିଲା। ପରିଚାଳନା କମିଟି ବୈଠକ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଥିଲା। ମାତ୍ର ରାଜ୍ୟ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇ ନ ପାରି କେନ୍ଦ୍ର ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିବା ସୂଚନା ମିଳିଛି।

Comments are closed.