ଦୋଛକିରେ ମମତା : ହିଂସା ଓ ଧର୍ମଘଟ ପାଇଁ କେନ୍ଦ୍ରର ଅଲଗା ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଜନୈତିକ ହିଂସା ଏବଂ ଜୁନିଅର ଡାକ୍ତରଙ୍କ ଧର୍ମଘଟ ନେଇ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଅଲଗା ଅଲଗା ରିପୋର୍ଟ ମାଗିଛନ୍ତି। ଅଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ରୋକିବା, ଦୋଷୀମାନଙ୍କୁ ଦଣ୍ଡ ଵିଧାନ ଏବଂ ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଗତ ଚାରି ବର୍ଷରେ ରାଜନୈତିକ ହିଂସାରେ ପାଖାପାଖି ୧୬୦ ଜଣ ମୃତ୍ୟୁବରଣ କରିଛନ୍ତି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ବିସ୍ତୃତ ରିପୋର୍ଟ ମଗାଯାଇଥିବା ଗୃହ ମନ୍ତ୍ରାଳୟ କହିଛି। ଡାକ୍ତରଙ୍କ ଧର୍ମଘଟ ଯୋଗୁ ସେଠାରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି।

Comments are closed.