ଅନ୍‌ଲକ୍‌-୩ ଗାଇଡ୍‌ଲାଇନ ଜାରି; ରାତ୍ରକାଳୀନ କର୍ଫ୍ୟୁ ଉଠିଲା

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ କେନ୍ଦ୍ର ସରକାର ବୁଧବାର ଅନଲକ୍‌-୩ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଦେଶବାସୀଙ୍କ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ସରକାର ଉଠାଇ ଦେଇଛନ୍ତି। ଏଣିକି ରାତିରେ ସାଧାରଣ ଲୋକ ଯାତାୟାତ କରିପାରିବେ। ତେବେ କଣ୍ଟେନମେଣ୍ଟ ଜୋନଗୁଡ଼ିକ​‌ରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନରେ ନିର୍ଦେଶ ରହିଛି।

ଅନ୍ୟପଟେ ଦେଶରେ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ନାସିୟମଗୁଡ଼ିକ ଅଗଷ୍ଟ ୫ରୁ ଖୋଲିପାରିବ। କିନ୍ତୁ ଏହି ଅନୁଷ୍ଠାନଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିୟୋର(ଏସଓପି) ଜାରି କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.