ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା, ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ଏ ନେଇ ଶନିବାର ଘୋଷଣା କରିଛନ୍ତି। ସରକାର ଡାକ୍ତରଖାନାରେ ଟିକାକରଣ ମାଗଣାରେ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ତେବେ କରୋନା ଟିକାକରଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ଘରୋଇ ହସ୍ପିଟାଲରେ ଟିକାର ଗୋଟିଏ ଡୋଜ ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଘୋଷଣାର କିଛି ସମୟ ପୂର୍ବରୁ ଗୁଜରାଟ ସରକାର ଘରୋଇ ହସ୍ପିଟାଲରେ ଟିକା ଦର ସ୍ଥିର କରିଥିବା ନେଇ ଘୋଷଣା କରିଥିଲେ। ଏହି ରାଜ୍ୟରେ ବି ଜନସାଧାରଣଙ୍କୁ ଘରୋଇ ହସ୍ପିଟାଲରେ ଟିକା ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୬ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ନାଟକ, ତାମିଲନାଡୁ ଏବଂ ଗୁଜରାଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି।

Comments are closed.