ଗାନ୍ଧିଜୀଙ୍କ ଧୋତି ପରିଧାନର ଶତବାର୍ଷିକୀ ଉତ୍ସବ ପାଳନ

ଭୁବନେଶ୍ୱର: ମହାତ୍ମାଙ୍କର ‘ନିଜସ୍ୱ ପୋଷାକ ଧୋତିକୁ ପରିବର୍ତ୍ତନ କରିବା’ର ଶତବାର୍ଷିକୀ ଚଳିତ ସେପ୍ଟେମ୍ବର ୨୨ ତାରିଖ ଦିନ ପାଳିତ ହୋଇଛି। ଏହି ବର୍ଷର ଅବସରକୁ ପାଳନ କରିବା ପାଇଁ ରାମରାଜ କଟନ ପକ୍ଷରୁ ତିରୁପୁର ଠାରେ ‘ଧୋତି ୧୦୦’ ନାମରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବ ପାଳନ ଅବସରରେ ୧୦୦ ଜଣ ସହିଦ ଏବଂ ୧୦୦ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୧୦୦ଟି ବୃକ୍ଷ ଚାରା ରୋପଣ କରାଯାଇଥିଲା। କଳାକ୍ଷେତ୍ର ଫାଉଣ୍ଡେସନ, ଚେନ୍ନଇର କଳାକାରମାନେ ‘ଗାନ୍ଧିୟା ଭଜିୟି ରାମରାଜ’ ଉପରେ ପାରମ୍ପରିକ ନୃତ୍ୟନାଟିକା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମକୁ ରାମରାଜ କଟନର ପରିଚାଳନା ନିର୍ଦ୍ଦେଶକ କେ ଆର ନାଗରାଜନ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରକାଶ କରି ଶ୍ରୀ ନାଗରାଜନ କହିଥିଲେ, ମହାତ୍ମାଙ୍କର ପୋଷାକକୁ ଆମେ ରାଷ୍ଟ୍ରୀୟ ପୋଷାକ ଓ ପରିଚିତିର ପ୍ରତୀକରେ ରୂପାନ୍ତରିତ କରିପାରିଛୁ। ଏହି ସ୍ମରଣୀୟ ଅବସରରେ ‘ମହାତ୍ମାଭାଇକୋଣ୍ଡାଦୁଭମ୍‍’ ଉପରେ ଏକ ପୁସ୍ତକ ଉତ୍ସବର ମୁଖ୍ୟ ଅତିଥି ଭାରତୀୟ ବିଦ୍ୟାଭବନ ଫାଉଣ୍ଡେସନ, କୋଏମ୍ବାଟୁରର ଅଧ୍ୟକ୍ଷ ଡଃ. ବି କେ କ୍ରିଷ୍ଣରାଜ ଭନଭରାୟାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପୁସ୍ତକର ପ୍ରଥମ ଖଣ୍ଡକୁ ରୁଟ୍‍ସ ଗ୍ରୁପ ଅଫ କମ୍ପାନିଜ, କୋଏମ୍ବାଟୁରର ଅଧ୍ୟକ୍ଷ କେ ରାମାସାମୀଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.