ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି ପାକିସ୍ତାନ; ସୀମାନ୍ତରେ ଗୁଳି ବର୍ଷା

ଜମ୍ମୁ: ପାକିସ୍ତାନ ନିଜର ଅସ୍ତ୍ରବିରତି ଉଲ୍ଲଂଘନ କାର୍ଯ୍ୟ ଜାରି ରଖିଛି। ଗୁରୁବାର ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚ ଜିଲାର ଶାହପୁର ଏବଂ କିରନୀ ସେକ୍ଟରରେ ଗୁଳି ବର୍ଷଣ ଜାରି ରହିଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଉଛି। ଏହା ପୂର୍ବରୁ ପାକିସ୍ତାନ ବୁଧବାର ଦିନ ବାରାମୁଲାରେ ଓ ପୁଞ୍ଚ ନିକଟବର୍ତ୍ତୀ ସୀମାନ୍ତରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏହା ସହ କଟୁଆରେ ମଧ୍ୟ ଗୁଳି ବର୍ଷା କରାଯାଇଥିଲା। ଗୁଳି ବର୍ଷା ସତ୍ତ୍ବେ ଭାରତୀ ସେନା ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଛି।

Comments are closed.