ଦିଲ୍ଲୀ ହିଂସା ପ୍ରଭାବିତ ଅଞ୍ଚଳରେ ଆଉଥରେ ପରୀକ୍ଷା କରିବ ସିବିଏସଇ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦିଲ୍ଲୀର ଉତ୍ତରପୂର୍ବ ହିଂସା ପ୍ରଭାବିତ ଅଞ୍ଚଳରେ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ସେହି ସବୁ ଅଞ୍ଚଳରେ ପ୍ରବଳ ହିଂସା ଯୋଗୁ ସ୍ଥାନୀୟ କେଜରିୱାଲ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିବିଏସଇ ସ୍କୁଲ ଗୁଡ଼ିକରେ ହେଉଥିବା ବୋର୍ଡ ପରୀକ୍ଷା ବନ୍ଦ ରଖିଥିଲେ। ଯେଉଁମାନେ ଏହି ପରୀକ୍ଷା ଦେଇ ପାରି ନାହାନ୍ତି ସେମାନଙ୍କୁ ସୁଯୋଗ ଦେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଉ ଥରେ ପରୀକ୍ଷା କରିବ। ତେବେ କେତେ ପିଲା ଏହି ପରୀକ୍ଷା ଦେଇନାହାନ୍ତି ତାହାର ତାଲିକା ବୋର୍ଡ ପକ୍ଷରୁ ବିଦ୍ୟାଳୟଗୁଡିକୁ ମଗାଯାଇଛି।

ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ ଦିଲ୍ଲୀରେ ଥିବା ସିବିଏସଇ ପାଠ୍ୟକ୍ରମ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ବୋର୍ଡ ପରୀକ୍ଷା ଦେଇପାରିନଥିବା ଦଶମ ଓ ଦ୍ୱାଦଶ ପିଲାଙ୍କ ସମସ୍ତ ସୂଚନା ଆଞ୍ଚଳିକ କେନ୍ଦ୍ରକୁ ଯଥା ଶୀଘ୍ର ପଠାଇବା ପାଇଁ କୁହାଯାଇଛି। ପିଲାମାନଙ୍କୁ ଚାପ ମୁକ୍ତ କରିବା ଲାଗି ସିବିଏସଇ ଅଳ୍ପ ଦିନ ମଧ୍ୟରେ ନୂଆ ପରୀକ୍ଷା ସୂଚୀ ଜାରି କରିବ।

Comments are closed.