ଫେବୃୟାରୀ ୧୫ରୁ ସିବିଏସଇ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୧୫ରୁ ଆରମ୍ଭ ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ବୋର୍ଡ ପରୀକ୍ଷା। ଏନେଇ ମଙ୍ଗଳବାର ସିବିଏସଇପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦ ଫେବୃୟାରୀ ୧୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଫେବୃୟାରୀ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସଂପର୍କିତ  ସଂପୂର୍ଣ୍ଣ  ତଥ୍ୟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଓ୍ଵେବସାଇଟ  cbse.nic.in ରେ ଉପଲବ୍ଧ ରହିଛି। ।

Comments are closed.