ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ନବମ ଓ ଏକାଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ଏଥର ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯଦି ଅକୃତକାର୍ଯ୍ୟ ହୁଅନ୍ତି ତେବେ ସେମାନଙ୍କୁ ଉତ୍ତୀର୍ଣ୍ଣ ହେବା ପାଇଁ ସେହି ବର୍ଷ ହିଁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ମିଳିବ। ଏହି ନିୟମ ଉଭୟ ଫାଇନାଲ୍‌ ପରୀକ୍ଷା ଦେଇ ସାରିଥିବା କିମ୍ବା ଲକ୍‌ଡାଉନ୍‌ କାରଣରୁ ଦେବାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଗୁ ହେବ। ଏହି ପରୀକ୍ଷା ଅନ୍‌ଲାଇାନ୍‌ କିମ୍ବା ଅଫ୍‌ଲାଇାନ୍‌ ହେବ ତାହାକୁ ନେଇ ଏଯାବତ୍‌ ସ୍ପଷ୍ଟ କରାଯାଇ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଏପରି ଏକ ଖବର ପାଇ ଅଭିଭାବକମାନେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ସିବିଏସ୍‌ଇର ‌ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସିଧାସଳଖ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବାକୁ ନିର୍ଦେଶ ଦିଆଯାଇଛି।

Comments are closed.