ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୪୯୯ ରଖି ୧୩ ଜଣ ଟପ୍ପର

ନୂଆଦିଲ୍ଲୀ .- ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୫୦୦ରୁ ୪୯୯ ନମ୍ବର ରଖି ଟପ୍ପର ହୋଇଛନ୍ତି । ଚଳିତ ଥର ୯୧.୧ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍‌ଇ ଦଶମଶ୍ରେଣୀ ପାଇଁ ପରୀକ୍ଷା ଦେଇଥିଲେ । ଛାତ୍ରୀମାନେ ଛାତ୍ରଙ୍କଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ୯୨.୪୫ ପ୍ରତିଶତ ଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ୯୦.୧୪ ପ୍ରତିଶତ ଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କେରଳର ତ୍ରିଭେନ୍ଦ୍ରମରେ ୯୯.୮୫ ପ୍ରତିଶତ ଛାତ୍ର ଛାତ୍ରୀ ସିବିଏସ୍‌ଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Comments are closed.