ଯମୁନା ଏକ୍ସପ୍ରେସୱେ ଦୁର୍ନୀତିର ତଦନ୍ତ କରିବ ସିବିଆଇ, ୨୧ ଜଣଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ଏପସିଆରର ବହୁ ଚର୍ଚ୍ଚିତ ଯମୁନା ଏକ୍ସପ୍ରେସୱେ ଦୁର୍ନୀତି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିବିଆଇ ଏହି ମାମଲାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଏଜେନ୍ସିର ପୂର୍ବ ସିଇଓ ପିସି ଗୁପ୍ତାଙ୍କ ସମେତ ଅନ୍ୟ ୨୦ ଜଣ ନାମରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିଶ୍ କ୍ରମେ ସିବିଆଇ ଏହି ପଦକ୍ଷେପ ନେଇଛି। ଯମୁନା ଏକ୍ସପ୍ରେସୱେର ଯୋଜନା ପାଇଁ ମଥୁରାରେ ଜମି କିଣାରେ ବହୁ କୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା। ପରେ ରାଜ୍ୟ ସରାକର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।

Comments are closed.