ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା, ସିବିଆଇ ଅଫିସରେ ହାଜର ହେଲେ ରିୟା

ମୁମ୍ବଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶକ୍ରବାର ପଚରାଉଚାର ପାଇଁ ସିବିଆଇ ଡାକିଥିବା ଜଣାପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି। ମୁମ୍ବାଇର ଡିଆରଡିଓ ଅଫିସ୍‌ରେ ସାମୁଏଲ ମିରାଣ୍ଡାଙ୍କୁ ବି ଜେରା କରାଯିବ। ରିୟାଙ୍କ ସହ ଡ୍ରଗ୍‌ସ ସଂପର୍କିତ ଚାଟ୍‌ ନେଇ ପଚରାଉଚରା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଗତକାଲି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କୁ ସିବିଆଇ ପଚରାଉଚରା କରିଥିଲା।

Comments are closed.