ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଓ ଅନ୍ୟ ବିଧାୟକଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ : ବିଧାୟକମାନଙ୍କ ଘୋଡ଼ା ବେପାର ସଂକ୍ରାନ୍ତ ଏକ ଷ୍ଟିଙ୍ଗ୍‍ ଅପରେସନ୍‍ ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଓ ଅନ୍ୟମାନଙ୍କ ବିରୁଦ୍ଧରେ ସିବିଆଇ ମାମଲା ରୁଜୁ କରିଛି । ୨୦୧୬ ମସିହାରେ ଏକ ଷ୍ଟିଙ୍ଗ୍‍ ଭିଡ଼ିଓ ପ୍ରକାଶ ପାଇଥିଲା ଯେଉଁଥିରେ ଶ୍ରୀ ରାଓତ୍‍ ଅସନ୍ତୁଷ୍ଟ ବିଧାୟକମାନଙ୍କୁ କଂଗ୍ରେସ ପାର୍ଟିରେ ରହିବା ପାଇଁ ସେମାନଙ୍କ ସହ ମୁଲଚାଲ କରୁଥିବାର ଦେଖାଯାଇଥିଲା । ସେହିସମୟରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ଶ୍ରୀ ରାୱତ୍‍ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି ଦେଇଥିଲେ।

Comments are closed.