ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ; ୨୧ଟି ସ୍ଥାନରେ ରେଡ଼୍‌

ସିବିଆଇକୁ ସ୍ବାଗତ- ମନୀଷ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଅବକାରୀ ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ ଏନସିଆରର ୨୧ଟି ସ୍ଥାନରେ ଚଢାଉ କରିଛି ସିବିଆଇ। ରେଡ୍‌ ନେଇ ନିଜେ ସୂଚନା ଦେଇଛନ୍ତି ମନୀଷ ସିସୋଦିଆ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି, ‘‘ସିବିଆଇ ଆସିଛି ଏବଂ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଆମେ ଅତ୍ୟନ୍ତ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି ତାଙ୍କୁ ଏହିପରି ହଇରାଣ କରାଯାଏ। ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ୧ ନମ୍ବର ହୋଇପାରୁ ନାହିଁ।’’

ସୂଚନାଯୋଗ୍ୟ, କିଛିଦିନ ତଳେ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଅବକାରୀ ନୀତିର ଯାଞ୍ଚ ପାଇଁ ସୁପାରିଶ କରିଥିଲେ।

 

Comments are closed.