ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ଵର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି। ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।

ସୂଚନା ଅନୁସାରେ, ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟ ରଥଯାତ୍ରା ଭାଗ୍ୟ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ହେବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଭାରତ ବିକାଶ ପରିଷଦ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ୍‌ ଲିଭ୍‌ ପିଟିଶନ ଦାୟର କରିଛି।

ସେହିପରି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ରୁଜୁ ହୋଇଥିବା ଅନ୍ୟ ଏକ ମାମଲାରେ ପକ୍ଷଭୁକ୍ତ ହେବାକୁ କ୍ୟାଭେଟ୍‌ ଦାୟର ହୋଇଛି। ଓଡ଼ିଶା ବିକାଶ ପରିଷଦର ମୂଳ ମାମଲା ସହିତ ତାଙ୍କ ପକ୍ଷ ଶୁଣିବାକୁ ଜୟନ୍ତ ବଳ ଏହି କ୍ୟାଭେଟ ଦାୟର କରିଛନ୍ତି।

Comments are closed.