ଖଟାମିଠା ଗାଜର ଚଟଣୀ

ଆବଶ୍ୟକୀୟ ସାମଗ୍ରୀ:
୨ଟି ଗାଜର
ଏକ କପ୍ ଚିନି
ଅଦା ଖଣ୍ଡେ
ରସୁଣ ୩ରୁ ୪ କୋଲା
ଅଧା ଛୋଟ ଚାମଚ ଗୁଜୁରାତି ଗୁଣ୍ଡ
ଏକ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଖିସମିସ୍ ୧୦ରୁ ୧୨ଟି
ଲୁଣ ସ୍ବାଦନୁଯାୟୀ ଏବଂ ପାଣି ଆବଶ୍ୟକୀୟ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜରକୁ ଧୋଇ କୋରି ଦିଅନ୍ତୁ । ଏହା ପରେ ଅଦା ଓ ରସୁଣକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ସେଥିରେ ଗାଜର, ଅଦା ଓ ରସୁଣ ପକାଇ ନରମ ହେବା ଯାଏଁ ଫୁଟାନ୍ତୁ । ନରମ ହେଲା ପରେ ଚିନି, ଖିସମିସ୍ ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ପାଣି ମରିବା ଯାଏଁ ଫୁଟାନ୍ତୁ । ପାଣି ମରି ଯିବା ପରେ ମିଶ୍ରଣ ମୋଟା ହୋଇ ଆସିବ । ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ ଏବଂ ଚୁଲାରୁ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଖଟାମିଠା ଗାଜର ଚଟଣୀ ।

Comments are closed.