ଗାଜର ଆଚାର

ଆବଶ୍ୟକ ସାମଗ୍ରୀ
ଗାଜର – ୫୦୦ ଗ୍ରାମ
ପେଷା ସୋରିଷ – ୩ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ୧ ଚାମଚ
ସୋରିଷ ତେଲ – ୧ ତାଟିଆ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ଏଥିରୁ ପାଣିକୁ ଭଲ ଭାବେ ଶୁଖାଇ ଦିଅନ୍ତୁ। ପାଣି ଶୁଖିବା ପରେ ଏହାର ଚୋପା ଛଡ଼ାଇ ଲମ୍ବା ଲମ୍ବା କାଟି ଦିଅନ୍ତୁ। କାଟି ଥିବା ଗାଜରକୁ ଖରାରେ ଶୁଖାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଗାଜରରେ ଥିବା ସମସ୍ତ ପାଣି ଶୁଖିଯିବ। ଏବେ ଏକ କାଚ ପାତ୍ରରେ ଗାଜରକୁ ରଖି ଏଥିରେ ପେଷା ସୋରିଷ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ହେଙ୍ଗୁ, ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ସୋରିଷ ତେଲ ପକାଇ ପୁଣି ଭଲ ଭାବେ ଗୋଳାଇ ୩ ରୁ ୪ ଦିନ ଖରା ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ଆଚାର।

Comments are closed.