କରୋନା ଅପଡେଟ: ଚୀନରେ ୯୦୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବେଜିଂ : ମହାମାରୀ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ସୋମବାର ୯୦୨ ରେ ପହଞ୍ଚିଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୪୦ ହଜାର ଟପିଥିବା ଜଣାପଡିଛି। ଗତ ୨୪ଘଣ୍ଟା ମଧ୍ୟରେ ପ୍ରାୟ ୩ ହଜାର ନୂଆ ସଂକ୍ରମଣ ଖବର ମିଳିଛି। ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ବୋଲି କୁହାଯାଉଛି। ହୁବେଇ ରାଜ୍ୟ ପ୍ରଶାସନ ତରଫରୁ କୁହାଯାଇଛି ଯେ, ୨ ହଜାରରୁ ଅଧିକ ନୂଆ ଲୋକ ସଂକ୍ରମଣର ଶିକାର ହୋଇଥିଲା ବେଳେ ରାଜ୍ୟରେ ଏହି ସଂଖ୍ୟା ୨୮ ହଜାରରୁ ଅଧିକ ହୋଇଛି । ସେହିଭଳି ସମଗ୍ର ଚୀନରେ ୪୦ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କରୋନା ଭାଇସର ଏବେ ୨୪ଟି ଦେଶକୁ ବ୍ୟାପିଛି । ବିଶ୍ୱର ୩୦୦ ଜଣ ନାଗରିକ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ମୁଖ୍ୟତଃ ଏସିଆ ମହାଦେଶରେ କରୋନାଭାଇରସ ଅଧିକ ଭୟ ଦେଖାଯାଇଛି ।

Comments are closed.