ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ତେଲେଙ୍ଗାନା: ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲେଙ୍ଗାନାର ୟଦାଦ୍ରୀ ଭୁବାଙ୍ଗିରି ଜିଲାରେ ଏହି ଦୁର୍ଘଟଣା ଘଟିଛି। ତେବେ ରାଜ୍ୟପାଳ ସୁରକ୍ଷିତ ରହିଛନ୍ତି। ତାଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। କାର୍‌ରେ ଥିବା ଅନ୍ୟମାନଙ୍କର ମଧ୍ୟ କୌଣସି କ୍ଷତି ହୋଇନାହିଁ।

ଭୋଙ୍ଗିର ଡିସିପି କେ. ନାରାୟଣ କହିଛନ୍ତି, ଭୁବାଙ୍ଗିରି ଜିଲାର ଚୌଟୁପ୍ପଲ ସହରରେ ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ରାଜ୍ୟପାଳ କିମ୍ବା ଅନ୍ୟ କେହି ଆହତ ହୋଇନାହାନ୍ତି।

Comments
Loading...