ରଥଯାତ୍ରା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ୍‌ ଫୋର୍ସ: ପୁଲିସ୍‌ ଡିଜି

ଭୁବନେଶ୍ବର: ରାତିପାହିଲେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରା। କମ୍‌ ସମୟରେ ବଡ଼ ପ୍ରସ୍ତୁତି। ଏଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଯାତ୍ରା ନେଇ ଉତ୍ସାହ ଭରି ଯାଇଛି। ରଥଯାତ୍ରା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ପ୍ରସ୍ତୁତି କରିଛନ୍ତି। ଏହି ଅବସରରେ ପୁଲିସ ଡିଜି ଅଭୟ କହିଛନ୍ତି ଯେ ପୁରୀ ଲୋକ ବଡ଼ଦାଣ୍ଡକୁ ଆସନ୍ତୁ ନାହିଁ। ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଜି ରାତି ୯ଟାରୁ ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲା ସଟ୍‌ଡାଉନ୍‌। ତମାମ ପୁରୀ ଜିଲାକୁ ସଟ୍‌ଡାଉନ୍‌ କରାଯାଇଛି, କର୍ଫ୍ୟୁଭଳି ସ୍ଥିତି ଜାରି ରହିବ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୁରୀ ଜିଲାକୁ କୌଣସି ବାହାର ଲୋକ ଏ ସମୟରେ ଆସନ୍ତୁ ନାହିଁ। ରଥଯାତ୍ରା ପାଇଁ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। କମ୍‌ ସମୟରେ ବଡ଼ ପ୍ରସ୍ତୁତି ହୋଇଛି। ଶାନ୍ତିଶୃଙ୍ଖାଳ ସହ ପୁରୀ ରଥଯାତ୍ରା କରାଯିବା ନେଇ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।

Comments are closed.