କାର ଦୁର୍ଘଟଣାରେ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ  ବୀରନରସିଂପୁର ର୍ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁଯାୟୀ  ବୀରରାମଚନ୍ଦ୍ରପୁର୍ ଗ୍ରାମର ଅଗାଧୁ ଦାସ (୬୫) ନାମକ ଜଣେ ବୃଦ୍ଧ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଚାରିଛକ ପଟରୁ ବୌଦ୍ଧ ଆଡକୁ ଦୃତ ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଜାତୀୟ ରାଜପଥ  ବୀରନର୍ସିଂପୁର୍ ପେଟ୍ରୋଲ ପମ୍ପ ନିକଟରେ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଭାରସାମ୍ୟ ହରାଇ କାରଟି ରାସ୍ତା ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି। ଗୁରୁତର ଆହତ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାସ୍ତାରେ ଆସୁଥିବା ଏକ କାର୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇ ଦେଇଥିବା ଜଣାପଡିଛି।

 

 

Comments are closed.