କ୍ୟାପିଟାଲ ହାଇସ୍କୁଲ ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ

ଭୁବନେଶ୍ବର : କ୍ୟାପିଟାଲ ହାଇସ୍କୁଲ ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ ଚନ୍ଦକା ଠାରେ ଥିବା ଡେରାସ ଇକୋପାର୍କରେ  ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁମିଳନରେ ପ୍ରାୟ ଶତାଧିକ ଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଏକ ସ୍ବାସ୍ଥ୍ୟଶିବିର ଆୟୋଜିତ କରାଯାଇଥିଲା। ବହୁ ପୁରାତନ ଛାତ୍ରମାନେ ଏହି ଅବସରରେ ଭାବ ବିହ୍ବଳ ହୋଇଯାଇ ପୁରୁଣା ସ୍ମୃତିକୁ ମନେପକାଇଥିଲେ। ଆଗମୀ ଦିନରେ ପ୍ରତିମାସର ଦ୍ବିତୀୟ ଶନିବାର ଏକାମ୍ର ହାଟ ଠାରେ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅରୁଣ ମହାପାତ୍ର, ମୃଗାଙ୍କ ଶେଖର ଛୋଟରାୟ, ବିଜୟ ପାତ୍ର, ଅମୀୟ ଦାଶ, ସୁଶାନ୍ତ ପଟ୍ଟନାୟକ ଓ ବାବି ପାଢୀ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତଥିଲେ।

Comments are closed.