ଚିହ୍ନଟ ହେଲେ ୧୩ କରୋନା ଆକ୍ରାନ୍ତ ; ପାଟସୁନ୍ଦରପୁର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ : ବହୁ ଦିନ ପରେ ପୁଣି ଫେରିଛି କଣ୍ଟେନମେଣ୍ଟ କଟକଣା। କଟକ ଜିଲା ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ନୂଆସାହି ଗାଁରେ କରୋନା ପାଇଁ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଜଣ ପଜିଟିଭ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଉପଜିଲ୍ଲାପାଳ ସମଗ୍ର ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

 

Comments are closed.