କାନ୍ସ ଉତ୍ସବରେ ଅଭିନେତ୍ରୀଙ୍କ ଉଲଗ୍ନ ପ୍ରତିବାଦ

କାନ୍ସ: କାନ୍ସ ଚଳଚ୍ଚିତ୍ର ଉତ୍ସବରେ ୟୁକ୍ରେନ୍‌ ଯୁଦ୍ଧର ପ୍ରତିଫଳନ ଘଟିଛି । ଅତିଥି ତିଲ୍‌ଦା ସ୍ବିନ୍‌ଟନ୍‌ ଓ ଇଦ୍ରିସ୍‌ ଏଲବାଙ୍କୁ ଉତ୍ସବର ଲାଲ୍‌ ଗାଲିଚାରେ ସ୍ବାଗତ କରାଯାଉଥିବା ବେଳେ ଜଣେ ପ୍ରତିଯୋଗୀ ଅଭିନେତ୍ରୀ ସେମାନଙ୍କ ସମ୍ମୁଖକୁ ଚାଲିଆସିବା ସହ ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାଙ୍କ ଶରୀରରେ ୟୁକ୍ରେନ୍‌ ଜାତୀୟ ପାତାକାର ରଙ୍ଗ ଲଗାଯାଇଥିଲା। ସେ ‘ଆମକୁ ଧର୍ଷଣ ବନ୍ଦ କର’ ବୋଲି ଚିତ୍କାର କରୁଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ ତୁରନ୍ତ ପୋଷାକ ପିନ୍ଧାଇ ସେଠାରୁ ଉଠାଇ ନେଇଥିଲେ। ଯୁଦ୍ଧରେ ୟୁକ୍ରେନ୍‌ ମହିଳା ଓ ଯୁବତୀଙ୍କୁ ରୁଷିଆ ସୈନ୍ୟ ଧର୍ଷଣ ସହ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ପ୍ରତିବାଦରେ ସେ ଏଭଳି ବିକ୍ଷୋଭ ପଦର୍ଶନ କରିଥିବା ପ୍ରକାଶ।

Comments are closed.