କଳାକାର ନରୋତ୍ତମଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୋଲଗଡ: ବୋଲଗଡ ମହୋତ୍ସବ କମିଟିର ବରିଷ୍ଟ ସଦସ୍ୟ ତଥା ସ୍ଥାନୀୟ ଅଞ୍ଚଳର ଜଣେ ନିଖୁଣ କଳାକାର, ଲଘୁ ଚଳଚ୍ଚିତ୍ର ନିର୍ମାତା ତଥା ସର୍ବୋପରି ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ ଅଞ୍ଚଳରେ ଜଣାଶୁଣା ସ୍ୱର୍ଗତ ନରୋତ୍ତମ ସାହୁ (୪୮)ଙ୍କର ନୂତନ ବର୍ଷର ପ୍ରାରମ୍ଭ ଦିବସ ତଥା ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଅକାଳ ବିୟୋଗ ଘଟିଥିଲା। ଏହି ଦୁଃଖଦ ପରିସ୍ଥିତିରେ ସ୍ୱର୍ଗତ ସାହୁଙ୍କର ଅମର ଆତ୍ମାର ସଦ୍‍ଗତି ନିମନ୍ତେ ନରୋତ୍ତମ ପ୍ରେମୀମାନଙ୍କ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଗୋପବନ୍ଧୁ ଛକ ନିକଟରୁ ଦିର୍ଘ ୧କି.ମି. ବ୍ୟାପି ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏକ କୋହଭରା ପରିବେଶରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ପରେ ସମସ୍ତ ନରୋତ୍ତମ ପ୍ରେମୀମାନେ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସମବେତ ହୋଇ ଠାକୁରଙ୍କ ନିକଟରେ ସ୍ୱର୍ଗତ ନରୋତ୍ତମଙ୍କ ଅମର ରହେ ନାରାଦେଇ ସମୁହ ପ୍ରାର୍ଥନା କରିଥିଲେ।

ସୂଚନା ଯୋଗ୍ୟ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଶୋକର ବାତାବରଣ ସୃଷ୍ଟି କରିଥିଲା। ମହେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ରବିନ୍ଦ୍ର କୁମାର ପରିଡା, ବୀର ଦାସ, ପ୍ୟାରୀମୋହନ ଦାସ, ପାର୍ବତୀକାନ୍ତ ଚମ୍ପତ୍ତିରାୟ, ଗଦାଧର ଚମ୍ପତ୍ତି, ନାରାୟଣ ସୁବୁଦ୍ଧି, ବଳରାମ ମାର୍ଥା, ସନାତନ ପାଟଶାଣୀ, ଶୁଭ୍ରାଂସୁ ଶେଖର ସିଂହ, ସମୀର କୁମାର ପରିଡା, ରାଜେନ୍ଦ୍ର କୁମାର ରାମ, ସୈାମ୍ୟରଞ୍ଜନ ପ୍ରଧାନ, ସତ୍ୟପ୍ରିୟ ପରିଡା, ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ, ଦୀପକ ସାହୁ, ସଞ୍ଜୟ ବେହେରା, ସନ୍ତୋଷ ପ୍ରଧାନ, ଅନିରୁଦ୍ଧ ପଣ୍ଡା, ମନୋଜ ପଣ୍ଡା, ଦୟାନିଧି ମଙ୍ଗରାଜ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.