ସୁଗନ୍ଧିତ ଦାମୀ ମହମବତିର ବିକ୍ରି ବଢ଼ୁଛି

ଆମ ଦେଶରେ ସୁଗନ୍ଧିତ ଅତରର ଚାହିଦା ବେଶ୍ ରହିଛି। ସୁଗନ୍ଧିତ ତଥା ଡିଜାଇନର ମହମବତିର ବ୍ୟବସାୟ ଏଠାରେ ଚାଲିଛି ସତ, କିନ୍ତୁ ସେଭଳି ବହୁଳ ବିକ୍ରି ହେଉନାହିଁ। ପାଶ୍ଚାତ୍ୟ ରାଷ୍ଟ୍ରରେ ସମସ୍ତ ବର୍ଗର ଲୋକ ଏଇ ସୁଗନ୍ଧିତ ମହମବତିର ରୀତିମତ ଗ୍ରାହକ। ଅଧିକାଂଶ ଇଉରୋପୀୟ ଲୋକ ମାସିକ ସଉଦାରେ ଏହି ମହମବତି କିଣୁଥିବାର ଦେଖାଯାଏ। ଏସବୁ ସେଣ୍ଟେଡ୍ କ୍ୟାଣ୍ଡେଲ୍ (ସୁଗନ୍ଧିତ ମହମବତି)ର ଦର ମଧ୍ୟ ବେଶ୍ ଚଢ଼ା। ଲକ୍‌ଡାଉନ୍ ପରଠାରୁ ଏ ମହମବତିର ବିକ୍ରି ବଢ଼ିଛି। ଘରେ ରହିରହି ଲୋକେ ଅତିଷ୍ଠ ହୋଇଗଲେଣି। କେତେଜଣ ମାନସିକ ଚାପରେ ରହିବା ସହ ଅବସାଦଗ୍ରସ୍ତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାନସିକ ଚାପକୁ ଭଲ ଅତର ଓ ମହମବତିର ବାସ୍ନା ଅନେକାଂଶରେ କମ୍‌ କରେ। ମାନସିକ ଚାପଗ୍ରସ୍ତ ରୋଗୀଙ୍କୁ ବିଶେଷଜ୍ଞ ଦଳ ଅନ୍-ଲାଇନ୍ ସାକ୍ଷାତ୍‌କାର୍‌ରେ ସମାନ ପରାମର୍ଶ ଦେଇଥିଲେ। ଏହାକୁ ଆଧାର କରି ବ୍ରିଟେନ୍, ଆମେରିକାର ଅନ୍-ଲାଇନ୍ ଷ୍ଟୋର୍‌ରେ ସେଣ୍ଟେଡ୍ କ୍ୟାଣ୍ଡେଲ୍ ପୂର୍ବ ତୁଳନାରେ ୪୫% ଅଧିକ ବିକ୍ରି ହେଉଥିବାର ପ୍ରକାଶ। ୫୦୦ ଟଙ୍କାରୁ ଆରମ୍ଭ ହୋଇ ୩୯ହଜାର ଟଙ୍କା ମୂଲ୍ୟର ସୁଗନ୍ଧିତ ମହମବତି ଥିବାବେଳେ ବଡ଼ଦିନ ଓ ନୂଆ ବର୍ଷ ଅବସରରେ ଘରେ ରହି ଏସବୁ କ୍ୟାଣ୍ଡେଲ୍ ଲଗାଇ ମନୋରଞ୍ଜନ କରିବେ ବୋଲି ସେମାନେ ମତ ଦେଇଛନ୍ତି।

Comments are closed.