ସ୍ବର୍ଗତ ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୀପଦାନ

ସାକ୍ଷୀଗୋପାଳ: ସମାଜର ପୂର୍ବତନ ସମ୍ପାଦିକା, ବିଶିଷ୍ଟ ବାଗ୍ମୀ, ଗୋପବନ୍ଧୁଙ୍କ ଅନୁଗାମୀ , ସମାଜ ସେବୀ ଓ ମହିଳା ମାନଙ୍କ ଉତ୍ଥାନ ନିମନ୍ତେ ନିଜ ଜୀବନସାରା କାର୍ୟ୍ୟ କରିଥିବା ସ୍ବର୍ଗତ ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ଉମାଶଙ୍କର ମିଶ୍ର, ସତୀଶ ମିଶ୍ର, ଚୌଧୁରୀ ମଦନ ସୁନ୍ଦର ଦାସ, ଜ୍ୟୋତି ଶଙ୍କର ଖୁଣ୍ଟିଆ, କିଶୋର ଚନ୍ଦ୍ର ମହାପାତ୍ର, ହୃଷିକେଶ ମହାପାତ୍ର ଓ ପପୁ ଦାସ ପ୍ରମୁଖ ସ୍ବର୍ଗତ ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୀପଦାନ କରିଥିଲେ। ଏହି ଅବସରରେ ସ୍ବର୍ଗତ ମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।
ସମାଜର ସ୍ଥାନୀୟ ସାକ୍ଷୀଗୋପାଳ ପ୍ରତିନିଧି ଅଭିଷେକ ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.