ସନାତନଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଗୁଣପୁର : ଦୁର୍ଘଟଣାର ଶୀକାର ହୋଇ ମାତ୍ର ୨୬ ବର୍ଷ ବୟସରେ ଆର ପାରିକୁ ଚାଲି ଯାଇଥିବା ବିଜେଡିର ନଗର ଛାତ୍ର ସଭାପତି ସନାତନ ପାଣିଙ୍କ ପାଇଁ ଆଜି ସହରରେ ଅନୁଷ୍ଠିତ ହୋଇଥିଲା କ୍ୟାଣ୍ଡେଲ ଶୋଭାଯାତ୍ରା। ଦଳମତ ନିର୍ବିଶେଷରେ ସହରର ଯୁବକମାନେ ଏକତ୍ରିତ ହୋଇ ଏହି ଶୋଭାଯାତ୍ରା କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଶତାଧିକ ଯୁବଛାତ୍ର ସାମିଲ ହୋଇଥିଲେ। ଅତି କମ୍‍ ବୟସରେ ପରୋପକାର ଓ ସେବା ମନୋଭାବ ରଖି ସମସ୍ତଙ୍କ ମନକୁ ଜିଣି ସହରର ଜଣେ ଉଦିୟମାନ ଯୁବନେତା ଭାବେ ଉଭା ହେବା ପୁର୍ବରୁ ଆର ପାରିକୁ ଚାଲି ଯାଇଥିଲେ। ତାଙ୍କ ମୃତ୍ୟୁକୁ ଅନେକ ଏବେବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବୁଧବାର ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ ହବାପରେ ଆଜି ତାଙ୍କର ଆତ୍ମାର ସଦଗତି କାମନା ଉଦେଶ୍ୟରେ ଶତାଧିକ ଯୁବକ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୁର୍ତ୍ତି ନିକଟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ନିକଟକୁ ଆସିଥିଲେ। ସନାତନ ପାଣି ଅମର ରହେ ସ୍ଳୋଗାନ ଦେଇ ଯୁବକ ମାନେ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ସନ୍ତୁ ପଟ୍ଟନାୟକ, ଉମା ଶଙ୍କର ଦାସ, ପିଙ୍କୁ ପଣ୍ଡା, ପୁର୍ଣ ବାଉରୀ, ବବଲୁ ଦାସ, ସିମାଦ୍ରୀ ଭେଙ୍କେଟ କ୍ରିଷ୍ନା, ମୁନା ପାଟଯୋଶୀ, ଦିପୁନ ଗୌଡ, ବବଲୁ ଦାସ, ତେନାଲି ରାଜା, ଚାନ୍ଦ ପାଳ, ଶଙ୍କର ପଟ୍ଟନାୟକ, ଇପିଲି ସାବରିସ, ରାଜେଶ ସାଉକାର, ମେଘନାଧ ଚୌଧୁରୀ, କିରଣ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ଯୁବକ ଯୋଗ ଦେଇଥିଲେ।

Comments are closed.