ଓଟ କ୍ଷୀରର ନୂଆ ପରିଚୟ ‘ଧଳା ସୁନା’

ଆଜିର ସମୟରେ କେବଳ ଗାଈ ଖିର ନୁହେଁ, ବରଂ ଓଟ କ୍ଷୀରର ଆଦର ମଧ୍ୟ ବଢ଼ିଥିବାର ଦେଖାଯାଉଛି। ଭାରତର ରାଜସ୍ଥାନ, ମୁମ୍ବଇ, ପୁଣେରେ ଓଟ କ୍ଷୀରର ଚାହିଦା ବଢ଼ିଥିବାବେଳେ ଦୁବାଇରେ ଧନୀ ବର୍ଗର ଲୋକେ ଏବେ ଏହି କ୍ଷୀରକୁ ପିଇବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ପାଠପଢ଼ାରେ ଦୁର୍ବଳ ଥିବା ପିଲା ନିୟମିତ ଭାବେ ଓଟ କ୍ଷୀର ପିଇ​​ଲେ ସେମାନଙ୍କ ସ୍ମୃତି ଶକ୍ତି ପ୍ରଖର ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧି କହିଲେ ଭୁଲ ହେବନାହିଁ। ନିୟମିତ ଭାବେ ଏହି କ୍ଷୀର ସେବନ କଲେ ମଧୁମେହ ରୋଗ ଆକ୍ରାନ୍ତ ହେବାର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଓଟ କ୍ଷୀରରେ ୫୨ ପ୍ରତିଶତ ଇନସୁଲିନ୍ ଥିବାରୁ ତାହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ।।

ଏହା ସହ ଭର୍ଟିଗୋ ରୋଗୀମାନେ ନିୟମିତ ଓଟ କ୍ଷୀର ପିଇଲେ ସେମାନଙ୍କ ଯନ୍ତ୍ରଣା କମ୍ ହୁଏ। ବିଶେଷଜ୍ଞମାନେ ଓଟ ଖିରକୁ ‘ଧଳା ସୁନା’ର ପରିଚୟ ଦେଇଛନ୍ତି। ଦୁବାଇରେ ଓଟ କ୍ଷୀର ଲିଟର ପିଛା ୧୦୦୦-୧୫୦୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ମୁମ୍ବଇରେ ଲିଟର ପିଛା ୫୫୦ ଟଙ୍କାରେ ଓଟ କ୍ଷୀର ମିଳୁଛି। ଦିନକୁ ୭ଲିଟର ଖିର ଦେଉଥିବା ଓଟରେ ଫ୍ୟାଟର ଅଂଶ ଖୁବ୍ କମ୍। ବଲିଉଡ ଓ ହଲିଉଡ କଳାକାରମାନେ ନିୟମିତ ଭାବେ ଓଟ ଖିର ପିଉଥିବାର ଜଣାପଡ଼ିଛି। ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ବର୍ୟ୍ୟା ରାୟ ବଚ୍ଚନ, ମାଧୁରୀ ଦୀକ୍ଷିତ, ସୋନମ କପୁର, କରୀନା କପୁର ଖାନ୍ ନିୟମିତ ଭାବେ କ୍ଷୀର ପିଇଥାନ୍ତି। ଏହା ଓଜନକୁ ନିୟନ୍ତ୍ରଣରେ ରଖିବା ସହ ସୌନ୍ଦର୍ୟ୍ୟ ନିମନ୍ତେ ଉତ୍ତମ ଖୋରାକ୍ ବୋଲି ସେମାନଙ୍କ ମତ।

Comments are closed.