ହୋଟେଲ ଫ୍ୟାନରୁ ଦମ୍ପତି ପାଇଲେ ଗୁପ୍ତ କ୍ୟାମେରା, ହୋଟେଲ ମାଲିକ ଗିରଫ

ତେହେରି . – ଉତ୍ତରଖଣ୍ଡର ପର୍ଯ୍ୟଟନସ୍ଥଳ ତେହେରରି ଏକ ହୋଟେଲ୍‌ରେ ଲାଗିଥିବା ଫ୍ୟାନ ଭିତରୁ ଗୁପ୍ତ କ୍ୟାମେରା ମିଳିଛି । ଏହି କୋଠରୀରେ ରହୁଥିବା ଦମ୍ପତି ଫ୍ୟାନରେ ଏକ ଛୋଟ କ୍ୟାମେରା ଗୁପ୍ତ ଭାବରେ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ସେମାନ ପୁଲିସରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ତଦନ୍ତ କରି ଫ୍ୟାନ ଭିତରୁ କ୍ୟାମେରା ପାଇଥିଲା ।

ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ପୁଲିସ ଗିରଫ କରିଛି । ହୋଟେଲ୍‌ର ଆଉ କେଉଁସ୍ଥାନରେ ଗୁପ୍ତ କ୍ୟାମେରା ଲାଗିଛି ପୁଲିସ ତାହାର ତଦନ୍ତ କରୁଛି । ହୋଟେଲ୍‌ ମାଲିକର ଫୋନ୍‌ ଓ ଲ୍ୟାପଟପକୁ ପୁଲିସ ଜବତ କରିଥିବା ନୂଆ ତେହେରରି ପୁଲିସ ଅଧିକାରୀ ଚନ୍ଦନ ସିଂ ଚୌହାନ କହିଛନ୍ତି । ଦି ଓ୍ୱାୟାରରେ ଏହି ଖବର ପ୍ରକାଶିତ ହୋଇଛି ।

Comments are closed.