ଚା’ ମଗ କେକ୍‍

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୧ଟି
ମଇଦା – ୪ ଚାମଚ
ଚିନି – ଆବଶ୍ୟକ ପରିମାଣରେ
ବେକିଙ୍ଗ ପାଉଡ଼ର -ଅଳ୍ପ
ଭ୍ୟାନିଲା ଏସେନ୍ସ – ଅଳ୍ପ
ଚା’ ମସଲା ଗୁଣ୍ଡ – ଅଳ୍ପ
ଲୁଣ – ସାମାନ୍ୟ
ମାଇକ୍ରୋବେବ ରେ ରହିବା ଭଳି ଏକ ମଗ୍‍
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ଚିନି, ବେକିଙ୍ଗ ପାଉଡ଼ର, ଲୁଣକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ଅଣ୍ଡା, ଭ୍ୟାନିଲା ଏସେନ୍ସ, ଚା’ ମସଲା ଗୁଣ୍ଡ ମିଶାନ୍ତୁ। ଏହାପରେ ଦୁଇଟି ମିଶ୍ରଣ ଏକାଠି କରି ଭଲ ଭାବେ ମିଶାନ୍ତୁ। ଏହାପରେ ମଗ୍‍ ରେ ଏହି ମିଶ୍ରଣକୁ ପକାଇ ମାଇକ୍ରୋବେବ ରେ ୪ ମିନିଟ ରଖିଦିଅନ୍ତୁ। ୪ ମିନିଟ ପରେ ଏହାକୁ ବାହାରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚା’ ମଗ କେକ୍‍।

Comments are closed.