ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର। ଧାନ କ୍ବିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି। ୨୦୨୦-୨୧ରେ ୧୮୬୮ ଥିଲା, ୨୦୨୧-୨୨ରେ ୧୯୪୦ ହେଲା। ବାଜରା, ହରଡ଼, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ବି ବଢ଼ିଲା। ରାଶି କ୍ବିଣ୍ଟାଲ ୪୫୨, ବିରି ଓ ହରଡ଼ କ୍ବିଣ୍ଟାଲ ୩ଶହ ଟଙ୍କା ବଢ଼ିଲା। ବିଭିନ୍ନ ଖାଦ୍ୟଶଯ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି। କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ଦେଇଛନ୍ତି।

Comments are closed.