ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ୧୭ ପ୍ରସ୍ତାବକୁ ମଞ୍ଜୁରୀ, ଓଡ଼ିଶା ମିଲେଟ ମିଶନ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରୁ ଗୁରୁତ୍ବପୂର୍ଣ୍ଣ ୧୭ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜେଜେଏମ ଯୋଜନାରେ ୩ଟି ଜିଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଥିବା ପ୍ରସ୍ତାବ ଅନୁଯାୟୀ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଢେଙ୍କାନାଳର ୪ ବ୍ଲକର ୨୭୧ଟି ଗାଁର ଲୋକଙ୍କୁ ଯୋଗାଣ ପାନୀୟ ଜଳ ବ୍ୟବସ୍ଥା ହେବ ଏବଂ ଏହା ୨୪ ମାସରେ କାମ ସରିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୫୦୧ କୋଟି ୮୫ ଲକ୍ଷ ଟଙ୍କା। କେନ୍ଦ୍ରାପଡ଼ାର ୩ଟି ବ୍ଲକରେ ହେବ ପ୍ରକଳ୍ପ ଏବଂ ଏଥିପାଇଁ ଖର୍ଚ୍ଚ ହେବ ୪୧୬କୋଟି ୫୭ଲକ୍ଷ ଟଙ୍କା। ବାଲେଶ୍ବରର ୨ଟି ବ୍ଲକରେ ପ୍ରକଳ୍ପ ହେବ ଓ ଏହି ପ୍ରକଳ୍ପ ନିମନ୍ତେ ଖର୍ଚ୍ଚ ହେବ ୨୯୧ କୋଟି ୬୨ଲକ୍ଷ ଟଙ୍କା। ଓଡ଼ିଶା ମିଲେଟ ମିଶନ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି ନିଷ୍ପତ୍ତି କରାଯାଇଛି। ୬ ବର୍ଷରେ ମିଲେଟ ମିଶନରେ ଖର୍ଚ୍ଚ ହେବ ୨୮୦୮.୩୯କୋଟି ଟଙ୍କା। ୧୯ଟି ଜିଲାର ୧୪୨ଟି ବ୍ଲକରେ କାର୍ୟ୍ୟକାରୀ ହେବ ଏହି ପ୍ରକଳ୍ପ । ଇଣ୍ଟିଗ୍ରେଟେଡ ମାଇନ୍ସ ଆଣ୍ଡ ମିନେରାଲ ମନିଟରିଂ ବ୍ୟବସ୍ଥା ଅବଧି ବୃଦ୍ଧି ହୋଇଛି। ୨୦୨୭ ପର୍ଯ୍ୟନ୍ତ ଇଣ୍ଟିଗ୍ରେଟେଡ ମାଇନ୍ସ ଆଣ୍ଡ ମିନେରାଲ ମନିଟରିଂ ବ୍ୟବସ୍ଥା ବୃଦ୍ଧି ପାଇଛି। ଏଥିପାଇଁ ୩୨୬.୭୯କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି।

Comments are closed.