କ୍ୟାବିନେଟର ଐତିହାସିକ ନିଷ୍ପତ୍ତି, ଏଣିକି ଓଡ଼ିଆରେ ଦେଇହେବ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ବର: ଏଣିକି ଓଡ଼ିଆରେ ଦେଇହେବ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ତଥା ଓସିଏସ ପରୀକ୍ଷା ଓଡ଼ିଆରେ ଦେଇ ହେବ। ପରୀକ୍ଷାର୍ଥୀଙ୍କୁ ଇଚ୍ଛାଧିନ ବିଷୟ ଗୋଟିଏ ହିଁ ପରୀକ୍ଷା ଦେବାକୁ ପଡ଼ିବ। ଆଜି ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଆଜି ୮ଟି ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ଡ଼ି। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଏଣିକି ଆଉ ୨୨୫୦ ନମ୍ବର ପରୀକ୍ଷା ନୁହେଁ ୨୦୦୦ ନମ୍ବର ପରୀକ୍ଷା ହେବ। କେନ୍ଦୀୟ ଲୋକ ସେବା ଆୟୋଗ(ୟୁପିଏସସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ପରୀକ୍ଷା ଭଳି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓସିଏସ ପରୀକ୍ଷାରେ କେବଳ ଗୋଟିଏ ଇଚ୍ଛାଧିନ ବିଷୟ ରହିବ। ପରୀକ୍ଷାର୍ଥୀ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖିବେ ଇଛୁକ ପରୀକ୍ଷାର୍ଥୀ। ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିବା ବାଧ୍ୟତାମୂଳକ ରହିଥିଲା। ଏବେ ଛାତ୍ରଛାତ୍ରୀ ତାହା ଓଡିଆରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

Comments are closed.